ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଏ ବାମନ ରାଜ୍ୟରେ ଜହ୍ନ ଏକ ଅପହଞ୍ଚ ସ୍ବପ୍ନ ବାଇଗଣ ଗଛକୁ ଆଙ୍କୁଡ଼ି ଲଗାଉଥିବା ଖର୍ବ ମଣିଷଙ୍କ ପାଇଁ ଉଞ୍ଚ ଉଞ୍ଚ ଆକାଶର ସମ୍ଭାବନା ନାହିଁ ଛୋଟ ମନ, ଛୋଟ ଛୋଟ ହାତଗୋଡ଼ ନେଇ ସେମାନେ ଗୋଟିଏ ଅପ୍ରସାରିତ ଜଗତରେ ବଞ୍ଚିଥାନ୍ତି