ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀକିଙ୍କର ଦାସ
ମହାପାତ୍ର ନୀଳମଣି ସାହୁ
ଭଗବତୀ ଚରଣ ପାଣିଗ୍ରାହୀ
ବୈକୁଣ୍ଠନାଥ ପଟ୍ଟନାୟକ
ଡ.ହରେକୃଷ୍ଣ ମହତାବ
ସୌଭାଗ୍ୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 

ଭାଷାକୁ ଭିତ୍ତି କରି ପ୍ରଦେଶ ଗଠନ ପ୍ରକ୍ରିୟାରେ ପ୍ରଥମ ରାଜ୍ୟ ଭାବେ, ୧୯୩୬ ମସିହାରେ ଗଠିତ, ଆମ ଓଡ଼ିଶା ଅନ୍ୟ ପ୍ରଦେଶମାନଙ୍କ ପାଇଁ ଉଦାହରଣ ପାଲଟିଥିଲା ଏବଂ ଓଡ଼ିଆ ଭାବେ ଆମେ ଏହି ଗୌରବର ଅଧିକାରୀ୤ ସେହିପରି, ଆଜି ସମଗ୍ର ପୃଥିବୀରେ ବ୍ୟବହାର କରାଯାଉଥିବା ପ୍ରାୟ ୫୦୦୦ ଭାଷା ମଧ୍ୟରେ ଓଡ଼ିଆ ଭାଷାର ସ୍ଥାନ ୩୧୤ ଭାରତୀୟ ସାହିତ୍ୟ ପରିପ୍ରେକ୍ଷୀରେ ମଧ୍ୟ ଓଡ଼ିଆ ସାହିତ୍ୟର ସ୍ଥାନ ବେଶ୍ ଉଚ୍ଚରେ୤ ପ୍ରତିଭାଧର ଓଡ଼ିଆ ସାହିତ୍ୟିକଗଣ ରାଷ୍ଟ୍ରପତିଙ୍କ ପଦ୍ମ ସମ୍ମାନଠାରୁ ଆରମ୍ଭ କରି ସରସ୍ବତୀ ସମ୍ମାନ, ଜ୍ଞାନପୀଠ ପୁରସ୍କାର, ମୂର୍ତ୍ତିଦେବୀ ଓ କବୀର ସମ୍ମାନ ତଥା ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଭଳି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ଅଳଙ୍କୃତ୤ ତେବେ ପ୍ରଶ୍ନ ଆସୁଛି, ଓଡ଼ିଆ ଭାଷାର ଏହି ଗରିମାମୟ ଐତିହ୍ୟ ସତ୍ତ୍ବେ ସାମାଜିକ ଅର୍ଥନୈତିକ ଦୃଷ୍ଟିକୋଣରୁ ଆମେ ପଛରେ କାହିଁକି?

ଶାସ୍ତ୍ରରେ କଥାଟିଏ ଅଛି ଯେ, ଛାତ ଉପରକୁ ଉଠିଗଲା ପରେ ନିଶୁଣୀକୁ ଭୁଲିଯାଉଥିବା ବ୍ୟକ୍ତି କେବେ ଜୀବନରେ ଅଗ୍ରଗତି କରିପାରେନା୤ ବାସ୍ତବରେ କିଛିଟା ସେହିଭଳି ଆମ ଅବସ୍ଥା୤ ପୃଥିବୀ ସାରା ସମସ୍ତେ ନିଜ ନିଜର ଭାଷାକୁ ନେଇ ଗର୍ବରେ ବଞ୍ଚୁଥିବା ବେଳେ ଯେଉଁ ଭାଷାକୁ ନେଇ, ଯେଉଁ ମାଟି, ପାଣି, ପବନ, ଆକାଶକୁ ନେଇ ଆମେ ଓ ଆମର ପ୍ରିୟ ରାଜ୍ୟ ଓଡ଼ିଶା, ସେହି ଓଡ଼ିଶାର ଭୌଗଳିକ ସୀମା ମଧ୍ୟରେ ହିଁ ଆଜି ଓଡ଼ିଆ ଭାଷା ଅବହେଳିତ ଓ ସଙ୍କଟଗ୍ରସ୍ତ୤ ଓଡ଼ିଆ ଭାଷାର ଅବମାନନା ଓ ଭାଷା ବ୍ୟବହାରରେ ଉଦାସୀନତା ଆମକୁ ଏକ ସ୍ବାଭିମାନହୀନ ସ୍ଥିତି ତଥା ହୀନମନ୍ୟତା ଭିତରକୁ ଠେଲିନେଉଥିବା ସୁସ୍ପଷ୍ଟ୤

ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ ଦ୍ବାରା ସୃଷ୍ଟି ବୈଦ୍ଧିକ ଭିତ୍ତିଭୂମି ଏବଂ ଓଡ଼ିଶା ପରି ଏକ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଓଡିଆ ସାହିତ୍ୟର ଯେଉଁ ଭୂମିକା ରହିଛି, ସେହି ଦିଗ ପ୍ରତି ଆମେ ଶିକ୍ଷିତ ଓଡ଼ିଆମାନେ କେତେ ଦୂର ସଚେତନ ? ସାଧାରଣ ଓଡ଼ିଆ ଜୀବନରେ ଆଲୋଡ଼ନ ସୃଷ୍ଟି କରିବାରେ ଓଡ଼ିଆ ସାହିତ୍ୟ ସଫଳ ହୋଇଛି କି ? ସର୍ବୋପରି, ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଆମେ ଓଡ଼ିଆମାନେ କେତେ ଯତ୍ନବାନ୤

ଏମିତି କିଛି ପ୍ରଶ୍ନର ଭିଡ଼ ଭିତରୁ ମୁକୁଳି ନ ପାରି ଏ.ପି. ଇନଫୋଆର୍ଟ୍‌ସ୍ ପ୍ରା:ଲି: ପକ୍ଷରୁ ପରିକଳ୍ପନା କରାଗଲା ଓଡ଼ିଆ ସାହିତ୍ୟ ଡଟ୍ କମ୍ ଏବଂ ସୂତ୍ରପାତ ହେଲା ଏ ମାଟି ପାଇଁ ଆଉ ଏକ ବିପ୍ଳବର ଅୟମାରମ୍ଭ୤ ଇଣ୍ଟର୍ନେଟ୍ ମାଧ୍ୟମରେ ସମଗ୍ର ବିଶ୍ବ ଉଦ୍ଦେଶ୍ୟରେ ଓଡ଼ିଆ ସାହିତ୍ୟ ଡଟ୍ କମ୍‌ର ଲୋକାର୍ପଣ ଅବସରରେ ଆମେ ନିଜକୁ ଗୌରବାନ୍ବିତ ମନେ କରୁଛୁ୤ ଏହି ପରିପ୍ରେକ୍ଷୀରେ ଆମେ ସଚେତନ ଯେ, ଏହା ଏକ କଷ୍ଟକର ଉଦ୍ୟମ ଏବଂ ଏହାର ସଫଳ କାର୍ଯ୍ୟକାରିତା ପାଇଁ ଅନେକ ନିଷ୍ଠାର ଅପେକ୍ଷା ରହିଛି୤ ତେବେ ଆପଣମାନଙ୍କ ପରି ସହୃଦୟ ସାହିତ୍ୟାନୁରାଗୀ ପାଠକମାନଙ୍କ ଉପରେ ହିଁ ନିର୍ଭରଶୀଳ ଏହି ୱେବ୍‌ସାଇଟ୍‌ର ଭବିଷ୍ୟତ ଯେ ଉଜ୍ଜ୍ବଳ ସେଥିରେ ଆମେ ନିଃସନ୍ଦେହ୤

ସମଗ୍ର ଭାରତ ବର୍ଷରେ ଓଡ଼ିଶା ସର୍ବପ୍ରଥମ ସ୍ବତନ୍ତ୍ରପ୍ରଦେଶର ମାନ୍ୟତା ପାଇ ଯେଭଳି ଅନ୍ୟ ଭାଷାଭାଷୀମାନଙ୍କ ପାଇଁ ଏକ ସମ୍ଭାବନାର ଉଦାହରଣ ହୋଇ ଉଭା ହୋଇଥିଲା, ଠିକ୍ ସେହିପରି ଓଡ଼ିଆ ସାହିତ୍ୟ ଡଟ୍ କମ୍ ମଧ୍ୟ ସମଗ୍ର ବିଶ୍ବର ଭାଷା ଓ ସାହିତ୍ୟ ପାଇଁ ଏକ ପ୍ରେରଣାର ଉତ୍ସ ହେଉ, ଏହା ହିଁ କାମନା୤

ପ୍ରଶାନ୍ତ କୁମାର ସାହୁ
ମୁଖ୍ୟ ସମ୍ପାଦକ

ଡଃ ହରପ୍ରସାଦ ପରିଛା ପଟନାୟକ
ଅତିଥି ସମ୍ପାଦକ